Welcome to INDIAN News Wire — India's Premium Digital Newsroom Latest news from politics, business, markets, and sports Welcome to INDIAN News Wire — India's Premium Digital Newsroom Latest news from politics, business, markets, and sports
ତାଳଚେରରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ: ଛୁରାମାଡ଼ରେ ଜଣେ ସାଙ୍ଗ ମୃତ ଆଉ ଜଣେ ଗୁରୁତର
Crime Breaking

ତାଳଚେରରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ: ଛୁରାମାଡ଼ରେ ଜଣେ ସାଙ୍ଗ ମୃତ ଆଉ ଜଣେ ଗୁରୁତର

ଗଞ୍ଜାମ ଜିଲ୍ଲାରୁ ଆସି ଗଣେଶ ବିହାରରେ ଭଡ଼ା ଘରେ ରହୁଥିବା ହେମନ୍ତ ଓ କାହ୍ନୁଚରଣଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେଇ ଛୁରାମାଡ଼ ପର୍ଯ୍ୟନ୍ତ କଥା ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

By News Desk, Odisha (newindiannewswire.com) · Sep 01, 2026 06:26 PM · 1 min read · 149 views
ତାଳଚେର, ୦୧/୦୯: ତାଳଚେର କୋଲିୟରୀ ଥାନା ଅଧୀନ ଗଣେଶ ବିହାର ଅଞ୍ଚଳରେ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସାକୁ କେନ୍ଦ୍ରକରି ବିଭତ୍ସ ଛୁରାମାଡ଼ ଘଟଣା ସାମ୍ନା କୁ ଆସିଛି। ଏଥିରେ ହେମନ୍ତ ମହାରଣାଙ୍କ ମୃତ୍ୟୁ ହୋଇଥିବା ବେଳେ କାହ୍ନୁଚରଣ ଜେନା ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରୁ ଆସି ଗଣେଶ ବିହାରରେ ଭଡ଼ା ଘରେ ରହୁଥିବା ହେମନ୍ତ ଓ କାହ୍ନୁଚରଣଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେଇ ଛୁରାମାଡ଼ ପର୍ଯ୍ୟନ୍ତ କଥା ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଖବର ପାଇ ତାଳଚେର କୋଲିୟରୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗି ଗୁରୁତର କାହ୍ନୁଚରଣଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛି। ଘଟଣାର କାରଣ ନେଇ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଛୁରାମାଡ଼ର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।
News Desk, Odisha (newindiannewswire.com)

News Desk, Odisha (newindiannewswire.com)

Related Stories

ଶ୍ରୀକ୍ଷେତ୍ର ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କ: ଅଟୋ ଚାଳକଙ୍କୁ ଲୁହା ପାଇପ୍‌ରେ ମରଣାନ୍ତକ ଆକ୍ରମଣ
Crime

ଶ୍ରୀକ୍ଷେତ୍ର ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କ: ଅଟୋ ଚାଳକଙ୍କୁ ଲୁହା ପାଇପ୍‌ରେ ମରଣାନ୍ତକ ଆକ୍ରମଣ

ରାଜକିଶୋର ଜଣେ ରୋଗୀଙ୍କୁ ଅଟୋରେ ହସ୍ପିଟାଲ ନେଉଥିବା ବେଳେ ଭୋଗଜାଗା ନିକଟରେ ରାସ୍ତା ଉପରେ ବାଇକ୍‌ ରଖିଥିବା ଜଣେ ଯୁବକଙ୍...

23 days ago 1 min read 193 views

Discussion