Welcome to INDIAN News Wire — India's Premium Digital Newsroom Latest news from politics, business, markets, and sports Welcome to INDIAN News Wire — India's Premium Digital Newsroom Latest news from politics, business, markets, and sports
ଶ୍ରୀକ୍ଷେତ୍ର ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କ: ଅଟୋ ଚାଳକଙ୍କୁ ଲୁହା ପାଇପ୍‌ରେ ମରଣାନ୍ତକ ଆକ୍ରମଣ
Crime Featured

ଶ୍ରୀକ୍ଷେତ୍ର ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କ: ଅଟୋ ଚାଳକଙ୍କୁ ଲୁହା ପାଇପ୍‌ରେ ମରଣାନ୍ତକ ଆକ୍ରମଣ

ରାଜକିଶୋର ଜଣେ ରୋଗୀଙ୍କୁ ଅଟୋରେ ହସ୍ପିଟାଲ ନେଉଥିବା ବେଳେ ଭୋଗଜାଗା ନିକଟରେ ରାସ୍ତା ଉପରେ ବାଇକ୍‌ ରଖିଥିବା ଜଣେ ଯୁବକଙ୍କୁ ଗାଡ଼ି ସାଇଡ୍‌ କରିବାକୁ କହିଥିଲେ। ଏହାକୁ ନେଇ ପ୍ରଥମେ ବଚସା ଓ ପରେ ଧକ୍କାଧକ୍କି ହୋଇଥିଲା।

By News Desk, Odisha (newindiannewswire.com) · Aug 31, 2026 06:08 PM · 1 min read · 192 views
ପୁରୀ, ୩୧/୦୭: ପୁଣି ଥରେ ଶ୍ରୀକ୍ଷେତ୍ର ପୁରୀ ରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ସାମାନ୍ୟ କଥାକୁ କେନ୍ଦ୍ରକରି ଜଣେ ଅଟୋ ଚାଳକଙ୍କୁ ଲୁହା ଜିଆଇ ପାଇପ୍‌ରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଘଟଣାଟି ଶନିବାର ପୁରୀ ମାଟିମଣ୍ଡପ ସାହିରେ ଘଟିଥିବା ବେଳେ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଗୁରୁତର ଅଟୋ ଚାଳକ ଜଣକ ଦୋଳମଣ୍ଡପ ସାହିର ରାଜକିଶୋର ନାୟକ ବୋଲି ପୁଲିସ ସୂଚନା ଦେଇଛି। ତାଙ୍କ ମୁଣ୍ଡ, ହାତ, ଆଖି, ଗୋଡ଼ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିବା ସହ ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ରାଜକିଶୋର ଜଣେ ରୋଗୀଙ୍କୁ ଅଟୋରେ ହସ୍ପିଟାଲ ନେଉଥିବା ବେଳେ ଭୋଗଜାଗା ନିକଟରେ ରାସ୍ତା ଉପରେ ବାଇକ୍‌ ରଖିଥିବା ଜଣେ ଯୁବକଙ୍କୁ ଗାଡ଼ି ସାଇଡ୍‌ କରିବାକୁ କହିଥିଲେ। ଏହାକୁ ନେଇ ପ୍ରଥମେ ବଚସା ଓ ପରେ ଧକ୍କାଧକ୍କି ହୋଇଥିଲା। ପରେ ଯୁବକ ଜଣକ ଅନ୍ୟ ସାଥୀମାନଙ୍କୁ ଡାକି ରାଜକିଶୋରଙ୍କୁ ପାଇପ୍‌ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀମାନେ ଅଟୋକୁ ମଧ୍ୟ ଭଙ୍ଗାରୁଜା କରିଥିଲେ।

ପିସିଆର ଟିମ୍‌ ପହଞ୍ଚିବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଟାଉନ ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
News Desk, Odisha (newindiannewswire.com)

News Desk, Odisha (newindiannewswire.com)

Related Stories

ତାଳଚେରରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ: ଛୁରାମାଡ଼ରେ ଜଣେ ସାଙ୍ଗ ମୃତ ଆଉ ଜଣେ ଗୁରୁତର
Crime

ତାଳଚେରରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ: ଛୁରାମାଡ଼ରେ ଜଣେ ସାଙ୍ଗ ମୃତ ଆଉ ଜଣେ ଗୁରୁତର

ଗଞ୍ଜାମ ଜିଲ୍ଲାରୁ ଆସି ଗଣେଶ ବିହାରରେ ଭଡ଼ା ଘରେ ରହୁଥିବା ହେମନ୍ତ ଓ କାହ୍ନୁଚରଣଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥି...

22 days ago 1 min read 149 views

Discussion